'Parama Anande' (Odia Devotional Song) :
Written By : Poet Narayan Bharasa Meher
======
* परम आनन्दे *
(ओड़िआ गीत, 'प'-आद्यानुप्रास)
रचयिता : कवि नारायण भरसा मेहेर
= = = = =
* ପରମ ଆନନ୍ଦେ *
(ଓଡ଼ିଆ ଗୀତ, 'ପ'-ଆଦ୍ୟାନୁପ୍ରାସ)
ରଚୟିତା : କବି ନାରାୟଣ ଭରସା ମେହେର
--------------
ପରମ ଆନନ୍ଦେ ପରଂବ୍ରହ୍ମ- ପାଦେ
ମାନସ ! କର ତୁ ଭଜନା ରେ ।
ପରମ ସୁଗତି- ଦାୟକ ସେ ନିତି
କର ଅବିରତେ ଅର୍ଚ୍ଚନା ରେ ।। (୧)
ପୟରେ ତାଙ୍କର ପୂଜନ୍ତି ଶଙ୍କର
ବିଧାତା ଅମର ସୁମନା ରେ ।
ପାରିଲେ ତୁ ଭଜ ପୁଣ୍ୟକୁ ଅରଜ,
ସାରା ବିଶ୍ୱ ତାଙ୍କ ରଚନା ରେ ।। (୨)
ପୁରୁଷ-ଉତ୍ତମ ସେ ମହାମହିମ,
ପତିତପାବନ ଯା ବାନା ରେ ।
ପାଇଲେ ସୁମତି ହେବ ସିନା ଗତି,
ନ ଥିବ ଆଉ ତୋ ଶୋଚନା ରେ ।। (୩)
ପାଇ ନର ଜନ୍ମ ବ୍ୟର୍ଥେ ହେଲୁ ଭ୍ରମ,
ଏବେ କିସ ହେବ ଭାବ ନା ରେ ।
ପ୍ରମାଦେ ନ ପଶ, ଲଭ ତୁ ସନ୍ତୋଷ,
ନାମାମୃତ ଚାଖୁ ରସନା ରେ ।। (୪)
ପାପ-ଫାନ୍ଦେ ମନ ! ନ ହୁଅ ମଗନ,
ତୁଟିବ ସଂସାର-ଯାତନା ରେ ।
ପ୍ରଭୁ ବିଶ୍ୱପତି- ପାଦେ ବହି ପ୍ରୀତି
ନାରାୟଣ କରେ ବନ୍ଦନା ରେ ।। (୫)
====
(ଏହି ଗୀତଟି 'ନାରାୟଣ ଭଜନାବଳୀ' ଭକ୍ତିଗୀତ-ସଙ୍କଳନରୁ ଗୃହୀତ)
--------
(Extracted from “ Nārāyaņa Bhajanāvalī ” of Kavi Narayan Bharasa Meher)
******